AutoCAD works

Job ID: 31083839

Budget: ₹600 – ₹1,500 INR

ପ୍ରଥମ ପ୍ରେମ

5.4k

 

 1.6k

      ?  ?ପ୍ରଥମ ପ୍ରେମ ??  


✍️ଗୀତାଞ୍ଜଳୀ ପୂଜାପଣ୍ଡା



ସୁହାନି   ଆଜି ନ ଖାଇ ଟିକେ ମିଲକ ସେକ ପିଇ ସ୍କୁଲ କୁ ଯାଇଛି,। ଆସିଲେ ଖାଇବାକୁ ମାଗିବ ଭାବି ମିନା  ତରତର ହୋଇ  ରୋଷେଇ ଘର କୁ ବାହାରି ପଡିଲେ। ପ୍ରିୟ  ସ୍ୱାମୀ ଙ୍କର କଥା ଟିମନେ ପଡିଲା ଆରେ ଆଶିଷ ତ  ଏ ଯାଏଁ କଣ ?? ବେଡ଼ରୁମ  ରୁ ବାହାରି ନାହାନ୍ତି , ଆଜି ଉଠିବେନି ନା କଣ ?? , ଯାଏ ତାଙ୍କୁ ଉଠାଏ ଭାବି ପ୍ରିୟ ସ୍ୱାମୀକୁ ଉଠାଇ ବାକୁ ଗଲା ବେଳେ କୁ  ଆଶିଷ ତାଙ୍କୁ ପଛପଟୁ ଧରି ପକାଇଲାହସି ହସି କହିଲେ ମାଡାମ ଏ ସମୟ  ରେ କଣ ବେଡ଼ରୁମ ରେ??ରୋଷଇ  ଘରେ ରହିବା ଲୋକ କଣ ??ମତେ ମିସ କରୁଥିଲା କି?? ମିନା ହସି ହସି ନା ମ ତମକୁ ଉଠାଇ ବାକୁ ଆସିଥିଲି ଅଫିସ ଯିବ ପାଇଁ.......


କାଲି ସକାଳୁ କହିଲିଣି ଘରେ ସଉଦା ପାରିବା ନାହିଁ କିଛି ଆଣିଦେବ ଅଫିସ ରୁ ଆସିଲା ବେଳେ କୁ  ତୁମର ମନେ ନାହିଁ ବୋଧେ । ହଁ ଆଜି ବାବୁ ଙ୍କର କଣ ?? ଭାରି ସ୍ତ୍ରୀ ପ୍ରେମ ଆଶିଷ ବାବୁ  ହସି ହସି କାହିଁକି?? କଣ ନିଜ ସ୍ତ୍ରୀ  କୁ ପ୍ରେମ  କରିବା ମନା?? ହଉ  ତୁମେ କିଛି ଚିନ୍ତା କରନି ମୁଁ ବାହାର ଆଜି ଖାଇ ନେବି ।ତୁମର  ବ୍ୟସ୍ତ ହେବାର କିଛି ନାହିଁ ମାଡାମ କହି ''ମିନା ଗାଲ ରେ ଏକ ପ୍ରେମ ର ଚୁମ୍ବନ ଆଙ୍କି ଦେଇ  ବାହାରି ଗଲେ ଅଫିସ। ସେ ପଟୁ ଶ୍ୱଶୁର ଙ୍କର ଡାକ ଶୁଣି ମିନା ଦୌଡ଼ି ଗଲେ ଚାଆ ଦେବାକୁ।ବେଳ ସେତେ ବେଳେ କୁ ସାଢେ ନ ଟା ବାଜି ଥାଏ ।କଲିଂ ଗବେଲ  ଟି ବାଜି ଉଠିଲା ମିନା ଦୌଡ଼ି ଯାଇ ଦେଖନ୍ତି ତ । ଚିଠି ଆସିଚି  ପଚାରିଲେ  ସେ କାହାର ପୋଷ୍ଟମ୍ୟାନ କହିଲା ତମ ନା  ମିନା ପଟ୍ଟନାୟକକି ??ହଁ  ମୋର  କି ?ମିନା  ସଙ୍ଗେ ସଙ୍ଗେ କହି ପକେଇଲେ।ଆରେ  ମତେ କିଏ ଦେଲା, ??ବୋଉ ବେଳେ ବେଳେ ଦିଏ ବାପା କୁ  ଲୁଚେଇ କି ।ଏବେତ କେତେ ଦିନ ହେବ ଦେଇନି କି ?ଫୋନ ବି କରୁନି କାଳେ ଦେଇଥିବ  ଭାବି ଚିଠି ଟିକୁ ଖୋଲି ଦେଖିଲେ ସେ ।ବୋଉ ହିଁ ଦେଇ ଥିଲା, ବାପା ଙ୍କୁ ନ ଜଣେଇ ବେଳେ ବେଳେ ଦିଏ ସେ ।ମିନା ଅତି ଖୁଶି ସେ ଅଧିର ହୋଇଗଲେ ଚିଠି ଟି ପାଇ। ସଙ୍ଗେ ସଙ୍ଗେଖୋଲି ପଢି ବାକୁ ଲାଗିଲେ । ସେଥି ରେ ଲେଖା ଥିଲା ଝିଅ ତୋ ବାପା  ଙ୍କର ଏ ସହର ରେ ବଦଳି ହେଇଯାଇଛି କଲେକଟର ଭାବେ ମିନା ମନେ ମନେ ଖୁସି ହୋଇଗଲେ। ପ୍ରାୟ ସାତ   ବର୍ଷ ପରେ କାଳେ ପାପା ତାଙ୍କ ସହିତ ଦେଖା କରି ପାରନ୍ତି।ଗୋଟେ ନୂଆ ଆଶା ର କିରଣ ଆଗକୁ ଦିଶିଲା ତାଙ୍କୁ ନହେଲେ  ସବୁ ରାଗ ରୁଷା ଭୁଲି ସେ  ନ ହେଲେ ଦେଖା କରିବେ ନିଜ ବାପା ଆଉ ମାଆ ସହିତ ହେଲେ ମନରେ କିଛି ଦ୍ୱନ୍ଦ ବସା ବନ୍ଧୁଥିଲା ।ସେ ଥିରେ ମନ ବ୍ୟସ୍ତ ହେଇ ଯାଉଥିଲା ,କିଛି ବୁଝିପାରୁ ନ ଥିଲେ କଣ କରିବେ....।

ସେ  ଚିଠି ଟିକୁ ଦେଖି ତାଙ୍କର ଅତୀତ  ର ସ୍ମୁତି  ସବୁ ଆଖି ଆଗରେ ଆଙ୍କି  ହେଇ ଯାଉଥିଲା ଯେମିତି। ସେ  ପାପା ବୋଉ ଙ୍କର  ଏକ ମାତ୍ର ଅଲିଅଳି  ଗେଲ୍ହା ଝିଅ।ପାପା  ଥିଲେ, ଜମିଦାର  ଘର ର ପୁଅ ପିଲା ଦିନେ ଗେଲ୍ହା  ରେ କଟିଥିଲା।ଜେଜେ ବାପା ଙ୍କରମନା କରିବା କୁ ଖାତିରି ନ କରି ପାପା ତାର  IAS ପରୀକ୍ଷା  ଦେଇ  ଉତୀର୍ଣ୍ଣ ହୋଇଥିଲେ କାରଣ ସେ ଥିଲେ ଜଣେ ମାଧବୀ ଛାତ୍ର ଯେହେତୁ।

ଅତିକମ  ରେ ଏକ ରୁ ଦୁଇ ଟି ଚେଷ୍ଟା  ରେ IAS clear କରିଥିଲେ। ଓ  ପୁରୀ କଲେକଟର ହିସାବ ରେ  ଜଏନ କଲେ ।ତା "ପରେ ବୋଉ ସହିତ ତାଙ୍କର ବାହାଘର। ଆଇଘର ବି କିଛି କମ ନଥିଲା ଜମି ବାଡ଼ି ଘର ଦୁଆର ହସ ଖୁସି ରେ  ପିଲା ଦିନ କାଟି ଯାଇଥିଲ ।          


ପାପା ବୋଉ ଙ୍କର ବାହାଘର ପ୍ରାୟଦୁଇ ବର୍ଷ  ପରେ ମୋର ଜନ୍ମ ପୁରା ଏକ ଦମ ଗେଲବସର।ଆଇଘର ବାବାଘରେ ଏକେଇବଳାବିଶିକେଶନି,,, ଗ୍ରାଜୁଏସନ ସରିଲା ପରେ ବୋଉ ଆଉ  ଜେଜେଙ୍କର ଏକା ଜିଦ  ବାହାଘର  କରିଦେବେ ଅଧିକା  ପାଠ  ପଢ଼େଇବେନି । ତେଣୁ ବୋଉ କହିଲା ମୁଁ ତ ମାଟ୍ରିକ  ପଢି ତୋ ପାପା କୁ ବାହା ହେଲି ତୁ ଏତେ ପଢନା  ବର  ଖୋଜିବା କଷ୍ଟ ହେବ ଆମ ପାଇଁ। ସେତେ ବେଳେ ମୁଁ ହସିହସି  କହିଥିଲି ମୁଁ ପ୍ରେମ ବିବାହ  କରିବି ତତେ କଷ୍ଟ  ଦେବିନି ମ।ବୋଉ ସେ କଥା କୁ ମୋର ହସ ରେ ଉଡାଇ ଦେଇଥିଲା । ବୋଧେ ସେ ଭାବିଥିଲା ତା ଝିଅ  ଏମିତି କରିପାରିବ ନାହିଁ ।ପାପା ଙ୍କର ଏକା ଜିଦ ରେ ମୋର ବାଣୀ ବିହାର  ରେ ଆଡ଼ମିସନ ହେଲା  । ସୋସିଆଲ ସାଇନ୍ସ ବିଭାଗ ରେ ଆମ ଘର କଟକ ରେ ହୋଇଥିବାରୁ ମୁଁ ଯିବା ଆସିବା  କରୁଥାଏ କାର ରେ ସବୁବେଳେ।  ଗୋଟେ ଦିନ ପାପା ତାଙ୍କ କାମରେ କାର  ଟିକୁ ନେଇ ଯାଇଥିଲେ।

ତେଣୁ ମତେ ବସ ରେ ଯିବା କୁ ପଡିଲା ସେ ଦିନ କଥା ଆଜି ବି  ଆଖି ଆଗେ ନାଚି ଯାଉଥିଲା।ମୋର ବସ ପାଇଁ ବସ ଷ୍ଟାଣ୍ଡ ରେ ଛିଡା  ହୋଇ ଥିବା  ସମୟ ରେ କିଛି ବାଳୁଙ୍ଗା  ଆସି ମୋ ପାଖେ ଛିଡା ହୋଇ କମେଣ୍ଟ  ମାରିବା ଷ୍ଟାଟ କରି ଦେଲେ। ହେଲେ ମୁଁ କାନ ଦେଉନଥିଲି ।  ବେଶୀ ହେଲାରୁ ତାକୁ ଗାଳିକଲି,ତା ପରେ 

 ସେ ବାଳୁଙ୍ଗା  ମାନେ ଆସି ମତେ ଡରାଇବାକୁ ଲାଗିଲେ ।ଆଉ ମୁଁ ପୁରା ଡରି ଯାଇଥିଲି  ସେ ଦିନ ମୁଁ ଦେହ ରେ ପ୍ରାଣ  ନଥାଏ ।  ଧୂଷୁରା ଧୂଷୁରା  ଦିଶୁଥାଏ ଆଖି କୁ। ଓଠ ମୋର ଶୁ ଖୀ  ଯାଉଥାଏ ମୁଣ୍ଡ ଟା ମଧ୍ୟ ଘୁରେଇ ଦେଉଥାଏ ।କଣ କରିବି କିଛି ବୁଝିପାରୁ ନ ଥାଏ ମୁଁ। ଠିକ ସେତେ ବେଳେ ମୋ ହିରୋ  ଆଶିଷ ଙ୍କର  ପ୍ରବେଶ  ଗୋଟେଏ ପରେ ଗୋଟିଏ  ଶକ୍ତ ଚାପୁଡ଼ା  ମାଡ଼ ଦେଇ ସେମାନେ କୁ ସେଠାରୁ ଭଗେଇ ଦେଲେ। ମୁଁ ତ ପୁରା ଡରି ଯାଇଥାଏ ନର୍ଭସ ରେ ।ସେ ମୋ ପାଖ କୁ ଆସି କହିଲେ ମାଡାମ ଭଲ ଅଛନ୍ତି।ପକେଟ ରୁ ରୁମାଲ ଟି ବାହାର କରି ମୋ ଆଡକୁ ବଢ଼େଇ ଦେଲେ କହିଲେ ଝାଳ ପୋଛିନିଅ ମୁହଁରୁ ମୁଁ  ସେତେବେଳେ ତାଙ୍କୁ କହିଲି ,

ନା ମୋ ରୁମାଲ ଅଛି it's ok,ମୁଁ ଠିକ ଅଛି ସେ କହିଲେ ।ଠିକ ଥିଲା ପରି ତ ଲାଗୁନ ।ମୁଁ  ପାଣି  ବୋତଲ ଟି ମୋ  bag ରୁ କାଢି  ଦିଢ଼ୋକ  ପିଇଲା ପରେ ମତେ  ଟିକେ ଦମ୍ଭ ଆସିଲା ,କେମିତି ଘରକୁ କୁ ଆସିଚି  ସେଠୁ ,ମତେ ହିଁ ଜଣା । ଘର କୁ ଆସିବା ପରେ ,,ବୋଉ ଆଗେ ସବୁ କାନ୍ଦି କାନ୍ଦି କହିଥିଲି ମୁଁ ,, ରାତି ରେ ବୋଉ ପାପା ଙ୍କର ଭିତରେ  ଏ  କଥା କୁ ନେଇ ପୁରା ଝଗଡା, ବୋଉ କହୁଥାଏ,ସୁକୁମାରୀ ଝିଅ କୁ ମୋର କାହିଁକି ??ବାଣୀବିହାର ଯିବ କୁ ଅନୁମତି ଦେଲ, ମୋ ଝିଅ ର କି ଅବସ୍ଥା ହେଲାଣି,ପାପା କହିଲେ କଣ ହେଲା ସେଥିରୁ ତମେ ଜାଣିନ ମୋ ଝିଅ କୁ,, ବୋଉ ସେଠୁ ରାଗିକି ପଳେଇଲା, ସେଦିନ ରାତି ଗୋଟିକ କେମିତି କାଟିଲା, ଆଜି ବି ମୋର ମନେ ପଡେ,ଡର ଯନ୍ତ୍ରଣା କୁ ପଛେ ପକେଇ ,, ମନ ମୋର ସେ ବାଳୁଙ୍ଗା କବଳ ରୁ ରକ୍ଷା କରିଥିବା ପିଲା କଥା ଭାବୁଥାଏ  ମୁଁ ,ତାଙ୍କ ମୁହଁ ଟି   ମୋ ଆଖି ସାମ୍ନା ରେ ନାଚି ଯାଉଥିଲା ,କିଛି ଭଲ ଲାଗୁନଥିଲା ମତେ,ଖାଲି ତାଙ୍କ କଥା ଭାବିବା ଛଡା ,ମନକୁ ମନ ମୁଁ ଅନେକ ପ୍ରଶ୍ନ କରିଛି କଣ?? ଏହାକୁ  କୁହନ୍ତି ପ୍ରଥମ ପ୍ରେମ, ................ଯିଏ ମତେ ସେ ବାଳୁଙ୍ଗା  କବଳ ରୁ ବଞ୍ଚେଇଲେ  ।ସେଥିପାଇଁ କଣ  ମୁଁ ତାଙ୍କ ପ୍ରେମ ରେ  ପଡ଼ିଲି ଆହା କି ସୁନ୍ଦର ଅନୁଭବ, ମନ ଟା କେମିତି କେମିତି ଲାଗୁଥାଏ, ଇଛା ହେଉ ଥାଏ ।ସେ ଲୋକ ଟି ଆଉ ଥରେ ଦେଖା ମିଳନ୍ତାକି,?? ସବୁବେଳେ ମନ ତାଙ୍କୁ ହିଁ  ଖୋଜୁ ଥାଏ ,,ସେ  ରାସ୍ତା ରେ କାଳେ  କେଉଁଠି ଦେଖା ହବ ନିଜ କୁ  ବାରମ୍ବାର ପ୍ରଶ୍ନ  କରେ  ଇଏ କଣ ??ମୋର ପ୍ରଥମ ପ୍ରେମ ନା ଆଉ କିଛି, ହେଲେ ସବୁ ଭୂଲି ବାକୁ ଚେଷ୍ଟା କଲେ ବି ଭୂଲି ପାରୁ ନ ଥାଏ ,,ସେ ମୁହଁ କୁ ,,।ପରୀକ୍ଷା ପାଖେଇ ଆସିଥାଏ, ସେ ଦିନ ର ଘଟଣା ମୁଁ ତର ତର ହୋଇ ବାହାରି ଗଲି, ବୋଉ ସେ ପଟୁ ଡାକ ଛାଡ଼ିଥାଏ ,, ଝିଅ ପରୀକ୍ଷା  ରେ କିଛି ନ ଖାଇ ଯାଉଛୁ,  ମୁଁ କହିଲି ମୁଁ  ଆସିଲେ ଖାଇବି ନହେଲେ କ୍ୟାଣ୍ଟିନ ରେ ଖାଇ ନେବି ତୁ ବ୍ୟସ୍ତ  ହେବୁନି , କହି ଗାଡି ରେ ବସିଲି ଗାଡିଟି ଯାଉଥାଏ , । ଅଧା ବାଟ ରେ ଅଟକିଗଲା , ମୁଁ କହିଲି driver ବାବୁ ଗାଡି କଣ ହେଲା, ??ସେ କହିଲେ ଦେଖୁଚି  ଝିଅ ତମ ପାଇଁ  taxi ଟେ ମଗେଇ ଦେଉଛି ,,ତୁମେ  ବ୍ୟସ୍ତ  ହୁଅନି ଆଉ ଗୋଟେ ଘଣ୍ଟା  ଅଛି ପରୀକ୍ଷା  ଆରମ୍ଭ  ହବାକୁ,। ମୁଁ ହଁ ଭରିଲି ସେ ଗୋଟେ taxi ଡାକିଦେଲେ ମୁଁ ତର ତର ହୋଇ ବସିପଡ଼ିଲି, ଆଉ driver କୁ କହିଲି ୟୁନିଭେର୍ସିଟି  ଚାଲ ଟିକେ ଶୀଘ୍ର,ହଠାତ, ମୋର ଆଖିଟା  taxi driver ଉପରେ ପଡିଲା ଏ  କଣ?? ତମେ ମୋର  ଆଖି କୁ ମୁଁ ବିଶ୍ୱାସ  କରିପାରୁ ନଥାଏ। ଇଏ ସେହି  ଲୋକ ଯାହାର  ପ୍ରଥମ  ଦେଖା ରେ ମୁଁ ପ୍ରେମ ରେ ପଡିଛି ।ନା  ଆଖି  କୁ ନିଦ ନା ପେଟ କୁ ଭୋକ ,,,ଯାହା ପାଇଁ ମୁଁ ଖାଇବା ପିଇବା ଶୋଇବା ଭୁଲି ଯାଇଥିଲି ,ମନ ରେ ମୋର ଅନେକ ଭାବନା ଯାହା ପାଇଁ ଉଙ୍କି ମାରୁ ଥିଲା।ସେ ଆଜି ମୋ ସାମ୍ନା ରେ, ପାଟି ରୁ ମୋର  କଥା ବାହାରୁ ନ ଥା ଏ । ସେ କହିଲେ ମାଡାମ ମତେ ଜାଣିପାରୁଛନ୍ତି , ମୁଁ ମନେ ମନେ ଭାବୁ ଥାଏ ଯାହା କୁ ଦେଖିଲା ଦିନୁ ମୋ ସବୁ କିଛି ହଜି ସାରିଛି ,ସେ ମତେ ପଚାରୁଛି ମତେ ଜାଣିପାରୁଛନ୍ତି  ,ଆଖି ଦୁଇଟି  ମୋର ତାଙ୍କ ମୁହଁ ରୁ ହଟୁ ନ ଥାଏ ।,ତଥାପି ନିଜକୁ ସମ୍ଭାଳି ତାଙ୍କୁ ସାଧାରଣ ଭାବେ ପଚାରିଲି , ତମେ କଣ taxi ଚଲାଅ, ଆଉ  ସେଦିନ bus ରେ, ??ଏ ପ୍ରଶ୍ନ ମୋର ଶୁଣି ସେ ଉତ୍ତର ଦେଲେ ହଁ ,ମୁଁ ସେ ଦିନ ମୋର ଗୋଟେ ଏଣ୍ଟରଭିଉ ଥିଲା, ମୁଁଦେବାକୁ ଯାଇଥିଲି ।କାରଣ ମୁଁ ଇଞ୍ଜିନିୟଂଗ ପାସ  କରିଛି ,ମୋ ନା ହେଲା ଆଶିଷ  ପଟ୍ଟନାୟକ,,  ମୁଁ ଚାକିରୀ  ଖୋଜିବା ସହିତ taxi ଚଲାଏ,ସେ ସବୁ ତାଙ୍କ ବିଷୟ ରେ କହିଗଲେ ।ମୁଁ ଭାବିଲି ମତେ ସବୁ କଥା କହିବା ତାଙ୍କର କଣ ??ଦରକାର ଥିଲା ।ତାଙ୍କ ଅବସ୍ଥା କଣ ମୋ ଭଳି ?? ଏତକ ଶୁଣି ତାଙ୍କ ପାଟି ରୁ,, ମୋର  ଆଗ୍ରହ ଥିଲା, ସବୁକିଛି  ତାଙ୍କ ବିଷୟ  ରେ ଜାଣିବା ପାଇଁ , ହେଲେ ୟୁନିଭେର୍ସିଟି  ଆସିଯାଇଥାଏ,। ପରୀକ୍ଷା  ଟି ଦେଇ , ଘରକୁ କୁ ଫେରିଲି, ରାତି ଗୋଟାକ ନିଦ ନାହିଁ ଆଖିକୁ ,ପୁଣି ସେହି ପ୍ରେମ ଆଉ ପ୍ରୀତି ର ଗିଟାରଟି ବାରମ୍ବାର ବାଜୁ ଥାଏ କାନ ରେ ,,ମୋର ତାଙ୍କ ପ୍ରେମ ର ,ତାଙ୍କରି ମୁହଁ ଆଖି ଆଗେ ନାଚି ଯାଉଥିଲା ସେତେବେଳେ , ନା ଖାଇବା ଥିଲା ନା ଶୋଇବା ଖାଲି ଭାବନା ର କେତେ ଗୁଡ଼ାଏ  ଅଙ୍କା ବଙ୍କା ନଇ , କେମିତି ସାଗର ସହିତ ମିଶିବ, ସକାଳୁ ବାହାରି ପଡିଲି ସଜ ହୋଇ, ୟୁନିଭେର୍ସିଟି  କୁ ବୋଉ ପଛରୁ କହିଲା ମିନା କୁଆଡେ  ବାହାରିଲୁ ଆଜି ପରା sundayପାପା ଆଉ  ବୋଉ ??ହସିବାକୁ ଲାଗିଲେ ,। ଇସଃ!!କି ଲାଜ ଓଃ!!! ମୋର ମନେ ନଥିଲା, କହି ,ଲାଜ ରେ  study ରୁମ କୁ ଚାଲିଗଲି।ମନ ମୋର ପଦ୍ମର ପାଖୁଡ଼ା ପରି ଖୋଲିବାକୁ ଲାଗିଲା ,,ହୃଦୟ ଟି  ଆନମନା ହୋଇ ଝୁରୁଥାଏ ,,ସେ ଦିନ ର ସ୍ମୃତିକୁ ,,, ମାତ୍ର ପାଠରେ ମୋ ମନ ଲାଗୁନଥାଏ ,,ଖାଲି  ସୁନ୍ଦର ସୋମ୍ୟ  ମୁହଁ ଟି ଆଖି ଆଗେ ନାଚି  ଯାଉ ଥାଏ  ,,ଯାହାର ସେ ହେଲେ ମୋ ପ୍ରଥମ ଦେଖା ରେ ପ୍ରଥମ ପ୍ରେମ ଆଶିଷ,,ଖାଲି   ମନେ ମନେ ଭାବୁ ଥାଏ, କେମିତି ତାଙ୍କ ସହ ଆଉ  ଥରେ ଦେଖା ହେବ,। ମୁଁ ତାଙ୍କୁ 'ମୁଁ ତୁମକୁ ଭଲ ପାଏ "' ବୋଲି କହିବି,ସତରେ ପ୍ରେମ ବଡ଼ ରୋଗ ଟିଏ ,,,ହସେଇ ହସେଇ ମନକୁ ମାରେ ପୁଣି କେତେବେଳେ କାନ୍ଦେଇ କାନ୍ଦେଇ,,। ସେ ଦିନ ଟି ପୁରା ଏ କଥା ଭାବି ଭାବି ଗଲା , ତା 'ପରା ଦିନ ସକାଳୁ ବାହାରି ପଡିଲି। ପୁଣି ସଜ଼ ହୋଇ। ଆଉ ଏବେ କାହିଁକି??ଭାରି ସଜ ହେବାକୁ ଭଲ ଲାଗୁଥିଲା ।ଗଲା ବେଳେ  ପାପା ଙ୍କୁ କହିଲି ଡରିକି ,,ଏମିତି ତ ମୁଁ କେବେ ପାପ ଙ୍କୁ ଡରେନି ହେଲେ ଆଜି କାହିଁକି ??ଟିକେ ଡର ଲାଗୁ ଥିଲା ,,ପାପ  ,ମୁଁ ଆଜି bus ରେ ଯିବି,ସେ କହିଲେ  କାହିଁକି??  driver ଗାଡି ନେଇ ଆସିଲାଣି ,,ଗାଡି ରେ ଯିବା ଅସୁବିଧା କେଉଁଠି??, ମୁଁ କହିଲି ତାଙ୍କର ଯଦି ପୁଣି ଚକାଫାଟି  ଯାଏ। ସେ ଦିନ ପରି ପୁଣି ମୁଁ  ହଇରାଣ ଟେ ହେବି, ପାପା ଙ୍କ ପାଟି ରୁ  ହଉ ଦେଖିକି ଯିବୁ,ଶୁଣି ଏତେ ଖୁଶି ଲାଗିଲା ଯେ ,,ମୁଁ ଶୀଘ୍ର ଶୀଘ୍ର ଚାଲିଯାଉଥାଏ ଖୁଶି ରେ ,,କି ପ୍ରକାର ସେ ଖୁଶି ମୁଁ କିଛି ବି ଭାବି ପାରୁ ନ ଥାଏ । ଘରୁ ଅଟୋରେ  ଆସି bus-stand ରେ bus ରେବସି ଭାବୁଥାଏ ,। ହେ ଭଗବାନ ତାଙ୍କ ସହିତ ଦେଖା ହେଇ ଯାନ୍ତା କି??, ସତକୁ ସତ  ସେ ଦିନ ଭଗବାନ ଙ୍କର ଟିକେ କୃପା  ଥିଲା ମୋ ଉପରେ କାରଣ ଆଶିଷ  ଗୋଟେ bus stop ଆସି ମୋ ପାଖେ ବସିପଡ଼ିଲେ  ,ସେତେବେଳେ କାହିଁକି ମୋ ପିଣ୍ଡ ରେ ପ୍ରାଣ ନ ଥିଲା ପରି ଲାଗୁଥିଲା ???ଏ କଣ ଯାହାକୁ ଏତେ ଦିନ ଧରି ଆଉ ଥରେ କଥା ହେବି ବୋଲି  ଖୋଜୁଥିଲି ,,ସେ ଆସି ମୋ ହାତ ପାହାନ୍ତା ରେ ,,ମନ ମୋର ପ୍ରଜାପତି ପରି ଉଡିବା କୁ ଲାଗୁଥିଲା ତା ସହିତ ଗୋଟେ କିଛି ହରାଇବା ର ଭୟ ,,କିଛି ସମୟ    ପରେ ସେ ଜାଗା ରେ ମୁଁ ବହୁତ,ବହୁତ   ଧନ୍ୟବାଦ  କଲି ଭଗବାନ ଙ୍କୁ ମନେ ମନେ ତା ସହିତ ,  ବାରମ୍ବାର ଦେଖୁ ଥାଏ କଣେଇ କଣେଇ ଆଶିଷ ଙ୍କୁ ,ସେଦିନ ତାଙ୍କର ସେ  ମୁହଁ ଟି ବେଶ ସୁନ୍ଦର ସୋମ୍ୟ  ଜଣା ପଡୁଥିଲା,ମତେ ହଠାତ  କିଛି ନ ଭାବି ମୋ ହାତଟି  ତାଙ୍କ ହାତ ଉପରେ ହାତ ରଖି ଏକ ନିଶ୍ଵାସ ରେ କହିଦେଲି "ମୁଁ ତୁମ କୁ ଭଲ ପାଏ"" ବୋଲି ,କହି  ଡରିକି  ଆଖିଟିକୁ  ମୋର ବନ୍ଦ କରିଦେଲି ,ସେ ବୋଧେ ମୋ ଅନୁରୂପ ମତେ ଭଲ ପାଉଥିଲେ ,ତେଣୁ ,ତାଙ୍କ ମନ ରେ ମଧ୍ୟ  ସେଇଆ ଥିଲା ,ସେ କହିଲେ ମୋର service ହୋଇଯାଇଛି, ସିଭିଲ ଇଂଜିନିୟର ଭାବ ରେ,ମୁଁ କହିଲି ତୁମ ମନ ରେ କଣ ଅଛି ,ତୁମେ କଣ ମତେ ଭଲ ପାଅ, ସେ କହିଲେ ,ପ୍ରଥମ ଦେଖା ରୁ। , ତା ପରେ ଏମିତି ମିଳାମିଶା  ରେ ଦୁହେଁ ବିବାହ  କରିବାକୁ ଠିକ କଲୁ ,। ପାପା କୁ ମୁଁ ଯେତେବେଳେ କହିଲି ପାପା ମୋ କଥା କୁ କାନ ଦେଲେନାହିଁ, ବୋଉ କହିଲା, ନାହିଁ ମାଅ ଆମେ ତୋ ବାହାଘର ଠିକ କରି ସାରିଛୁ। ପୁଅ ଟି ଆମେରିକା  ରେ ଡ଼କ୍ଟର  ଅଛି, ଜମିଦାର  ଘର  ର ପିଲା ଆମ ସମ୍ସ କାନ୍ଦ, ମାତ୍ର ମୋ ମନ କେବଳ  ଆଶିଷ ପାଖେ ଥିଲା ।ଯାହାକୁ ମୁଁ ଜୀବନ ଠାରୁ ଅଧିକା ଭଲ ପାଉଥିଲି ,,ଆଉ ସେ ହିଁ ମୋର। ପ୍ରଥମ ଆଉ ଶେଷ ପ୍ରେମ ବୋଉ ଯାହା କହୁଥିଲା, ଟିକେ ଝାପ୍ସା  ଶୁଭୁ ଥାଏ।ମୁଁ ରୁମ କୁ ଚାଲିଗଲି ଆଉ ସେଠି, ଆଶିଷ  ଙ୍କୁ ଫୋନ ଲଗାଇଲି  ଓ  କହିଲି, ତୁମ କୁ ଆଜି ମୁଁ ବିବାହ  କରିବାକୁ ଚାହିଁ, ।ମାତ୍ର ସେ ମତେ କହିଲେ ଶୁଣ ମିନା ତମ ପାପା ଆଉ ବୋଉ ଙ୍କ ର ଆଶ୍ରିବାଦ ରେ ଆମେ ବିବାହ  କରିବା ମାତ୍ର ମୁଁ ମୋ ଜିଦି ରେ ଅଟଳ ଥିବାରୁ ସେ ହାର ମାନି ନେଲେ ଓ, ଆମ ଘରକୁ କୁ ଆସି ପାପା କୁ ଦେଖା କଲେ। ହେଲେ ପାପା ତାଙ୍କୁ ଅପମାନ  କଲାପରି  ବହୁତ କଥା କହି ତାଙ୍କୁ ବାହାର କଲା ବେଳେ ମୁଁ ତାଙ୍କ ସହିତ ଚାଲିଆସି ଥିଲି,।ଆମେ ଦୁହେଁ ଚଣ୍ଡୀ  ମନ୍ଦିର  ରେ ବିବାହ କଲୁ ଆଉ  ରେଜିଷ୍ଟ୍ରରି marriage ମଧ୍ୟ। ମତେ ନେଇ ଯେତେବେଳେ ତାଙ୍କ ଘରକୁ କୁ ଗଲେ , ଶାଶୁ ଆଶ୍ରିବାଦ  ଦେଇ କହିଲେ ଝିଅ ଲୋ ତୁ ମୋ ଘର ର ଲଷ୍ମୀ, ଆଜି ଠାରୁ ତତେଏ ଘର ଲାଗିଲା, ବିବାହ  ର ଦୁଇ ବର୍ଷ ପରେ ସୁହାନି ର ଜନ୍ମ, ପାପା ଙ୍କୁ ମୋର  ଏ  କଥା ଜଣାଇ ଥିଲି, ମାତ୍ର ସେ ତାର କିଛି ବି ଜବାବ ଦେଇ ନ ଥିଲେ, ସୁହାନି  କୁ ତିନି ବର୍ଷ ବୟସ  ରେ ଶାଶୁ ମତେ ଏକୁଟିଆ  କରି ଚାଲି ଗଲେ । ଆର ପୁର କୁ, ସେ ଦିନ ମୁଁ ବହୁତ କାନ୍ଦି ଥିଲି, ବୋଉ କଥା ଭାରି ମନେ ପଡ଼ିଲା ହେଲେ ବୋଉ ପାପଙ୍କୁ ଲୁଚେଇ ବେଳେବେଳେ ଫୋନ କରେ ।ହେଲେ ଗେଲ୍ହା କରିବା ଟା ତାର ମୁଁ ବହୁତ ମିସ କରେ । ସୁହାନି କୁ ଇତିମଧ୍ୟ ରେପାଞ୍ଚ ବର୍ଷ ହେଲାଣି ପାଖ ସ୍କୁଲ ରେ ତା" ନା ଲେଖା ହୋଇଛି,ମୁଁ  ବସି ଭାବୁଥାଏ ।।ମୋ ଅତୀତ ର ସେହି ପ୍ରଥମ ପ୍ରେମ ର ସ୍ମୃତି ଟିକୁ  ମୋର। ସୁହାନି ଆଉ ଆଶିଷ  ଙ୍କର  ପାଟି ଶୁଭିଲା, ସୁହାନି ମାମା ମାମା ଡାକି ଆସି ମୋତେ କୁଣ୍ଢେଇ କି  ଗେଲ ଦେଇ  କହିଲା ପାପା ପରିବା ଆଣିଛନ୍ତି।ଆଜି ମୁଁ ଆଉ ସେ ମିସିକି ବହୁତ ପରିବା ଆଣିଛୁ ,ମୁଁ ପ୍ରକୃତିସ୍ତ ହୋଇ ଦେଖେ , ସତେ ,ତ ଆଶିଷ  ତମେ କେତେ ବେଳେଆସିଲ ,,ସେ କହିଲେ  ଆଜି ମାଡାମ ତମ ପାଇଁ ଛୁଟି ନେଇ  ଆସିଛି। ମୁଁ କହିଲି କାହିଁକି ??ଏତେ ପ୍ରେମ କି ଆଜି ସେ କହିଲେ ଆଜି ର ତାରିଖ ଟା ଟିକେ ମନେ ପକାଇଲ, ମୁଁ ମନେ ପକେଇ କହିଲି ଇସ ମୁଁ ପୁରା ଭୁଲି ଯାଇଥିଲି ।ସୁହାନି କହୁଛି ଆଜି ତୁମ ପ୍ରଥମ ଭେଟ ର ଅନିବେରସରି କି ମାମା ,ମୁଁ ମନେ ମନେ କହୁଥାଏ ,,ଆଶୀଷ  ତୁମକୁ ଦେଖିବା ସହିତ ମୋ ପ୍ରଥମ ପ୍ରେମ ର ବି  ଆନିବର୍ଷରି।ଆଶୀଷ ଜାଣି ପାରିଲେ ବୋଧେ ମତେ ଦେଖି ମୁରୁକି ହସି କହିଲେ ,ମିନା ଫଟାଫଟ ରୋଷଇ  ସାରି  ଚାଲ ଆଜି neco park ବୁଲିଯିବା, ତାଙ୍କ ପାଟି ରୁ କଥା  ସରିନି, ସୁହାନି ଆସି କୋଳ ରେ ବସି କହିଲା ମାମା ଅଜା ଆଇ  ଆସି କେତେବେଳୁ ଦାଣ୍ଡ  ପିଣ୍ଡା ରେ ଛିଡା  ହେଇଛନ୍ତି, ତାଙ୍କୁ ଘରକୁ କୁ ଡାକ ମାମା, ସତେ ମତେ ବିଶ୍ୱାସ  ହେଉନ ଥା ଏ,।ମୁଁ  ଏକା ମୁହାଁ ହୋଇ ଦୌଡ଼ି ଗଲେ ବୋଉ ପାଖକୁ ଆଉ ପାପା ଙ୍କ ପାଖକୁ ଗୋଡ଼ ତଳେ ପଡି କହିଲି। ବୋଉ ପାପା   ମତେ କ୍ଷମା କରିଦିଅ ,,ମୋର ଭୁଲ ହେଇଯାଇଛି ।, ଏ କଥା ଟି ମୋର ପାଟିରୁ ସରିନି ପାପା ଆଶିଷ  ଆଉ ମତେ ଅତି ସେହ୍ନ ରେ କୋଳେଇ ନେଇ  କହିଲେ ,,ତୁ ମାଆ ଆମ କୁ କ୍ଷମା କରିଦେ,ଆମେ ତୋ ପ୍ରେମ କୁ ବୁଝିପାରିଲୁନି ,ତୋ ସେହ୍ନ ରୁ ଏତେ ଦିନ ହେବ ଆମେ ବଞ୍ଚିତ ହେଲୁ,ଆସ ଆଶୀଷ ଏଠିକି  ତୁମ କୁ ସେଦିନ ମୁଁ ଅପମାନ କରି ଥିବାରୁ ମୁଁ ବହୁତ ଦୁଃଖିତ ,ତୁମେ ମୋ ଝିଅ ର ପ୍ରକୃତ ଖୁସି ,ଆଉ ତା ପ୍ରଥମ ପ୍ରେମ ,ହେଲେ ମୁଁ ଟିକେ ତୁମ ଉପରେ ଇର୍ଷାନୂତ,,  ମୋ ଝିଅ ଆଉ ମତେ ଖୋଜୁନି ଏତେ ଦିନ ହେବ ,ମିନା କଣ ମୁଁ ଠିକ କହିଛିନା??? ,ମୁଁ ମୋ ଆଖି ର ଖୁଶି ର ଲୁହ ଗୁଡିକ ପୋଛୁପୋଛୁ ସୁହାନି ଦୌଡ଼ି ଆସି କହିଲା, ମାମା ତୁମେ କାନ୍ଦୁଛ ,ତୁମ ପରା କହୁଥିଲ ,ଅଜା ଆଇ ଆସିଲେ ,ତୁମେ ବହୁତ ହସିବ ବୋଲି ,ଆଉ କାନ୍ଦୁଛ କଣ ପାଇଁ ??,ମୁଁ ମୋ ବୋଉ କୁ ଉପରେ ଆଉଜି କହୁଥାଏ ।ହଁ ଦେଖୁନୁ ମୁଁ ମୋ ବୋଉ ପାଖ ରେ ବହୁତ ଖୁସି ,ସୁହାନି କହୁ ଥାଏ ମତେ ଟିକେ ଗେଲ୍ହା କର , ମୁଁ ତୁମ   କୋଳ  ରେ ବସିବି ଏବେ ସମସ୍ତେ ତାକୁ କୋଳେ ଇ ନେଇ ଗେଲ୍ହା କରୁଥିଲେ। ଆଉ ମତେ ଲାଗୁଥିଲା ,।   ଯେମିତି ମର୍ତ୍ତ୍ୟରେ ମୋ ସଂସାର  ଟା ସ୍ୱର୍ଗ ପାଲଟି ଯାଇଛି..........?????.............।



ସମାପ୍ତ
Related categories: 2D Drawing